Friday, September 21, 2018

ଆମେରିକାରେ ହିନ୍ଦୀ ସର୍ବାଧିକ ବ୍ୟବହୃତ ବିଦେଶୀ ଭାଷା


ମୁମ୍ବାଇ, ୨୧/ ୯ : ଆମେରିକାରେ ହିନ୍ଦୀ ସର୍ବାଧିକ ବ୍ୟବହୃତ ବିଦେଶୀ ଭାଷାର ମାନ୍ୟତା ଲାଭ କରିଛି  । ହିନ୍ଦୀ ପଛକୁ ଗୁଜରାଟୀ ଓ ତା’ ପଛକୁ ତେଲୁଗୁ ଭାଷାରେ ଆମେରିକାରେ ଅଧିକ ଲୋକ କଥାବାର୍ତ୍ତା ହେଉଛନ୍ତି  । କିନ୍ତୁ ୨୦୧୦ରୁ ୨୦୧୭ ମଧ୍ୟରେ ତେଲୁଗୁ ଭାଷାଭାଷୀ ଲୋକଙ୍କ ସଂଖା ସେଠାରେ ୮୬% ବୃଦ୍ଧି ପାଇଥିବା ଜଣାପଡ଼ିଛି  । ୟୁଏସ୍‍ ସେନସସ୍‍ ବ୍ୟୁରୋର ତଥ୍ୟାନୁଯାୟୀ, ଆମେରିକାରେ ବସବାସ କରୁଥିବା ଲୋକଙ୍କ ମଧ୍ୟରୁ ୨୧.୮% ହିନ୍ଦୀରେ କଥାବାର୍ତ୍ତା କରୁଛନ୍ତି  । ୩୦.୫ କୋଟି ଆମେରିକୀୟଙ୍କ ମଧ୍ୟରୁ ୬.୭ କୋଟି ଲୋକ ସେମାନଙ୍କ ଘରେ ବିଦେଶୀ ଭାଷାରେ କଥା ହେଉଥିବା ଜଣାପଡ଼ିଛି  ।

No comments:

Post a Comment