ମୁମ୍ବାଇ, ୨୧/ ୯ : ଆମେରିକାରେ ହିନ୍ଦୀ ସର୍ବାଧିକ ବ୍ୟବହୃତ ବିଦେଶୀ ଭାଷାର ମାନ୍ୟତା ଲାଭ କରିଛି । ହିନ୍ଦୀ ପଛକୁ ଗୁଜରାଟୀ ଓ ତା’ ପଛକୁ ତେଲୁଗୁ ଭାଷାରେ ଆମେରିକାରେ ଅଧିକ ଲୋକ କଥାବାର୍ତ୍ତା ହେଉଛନ୍ତି । କିନ୍ତୁ ୨୦୧୦ରୁ ୨୦୧୭ ମଧ୍ୟରେ ତେଲୁଗୁ ଭାଷାଭାଷୀ ଲୋକଙ୍କ ସଂଖା ସେଠାରେ ୮୬% ବୃଦ୍ଧି ପାଇଥିବା ଜଣାପଡ଼ିଛି । ୟୁଏସ୍ ସେନସସ୍ ବ୍ୟୁରୋର ତଥ୍ୟାନୁଯାୟୀ, ଆମେରିକାରେ ବସବାସ କରୁଥିବା ଲୋକଙ୍କ ମଧ୍ୟରୁ ୨୧.୮% ହିନ୍ଦୀରେ କଥାବାର୍ତ୍ତା କରୁଛନ୍ତି । ୩୦.୫ କୋଟି ଆମେରିକୀୟଙ୍କ ମଧ୍ୟରୁ ୬.୭ କୋଟି ଲୋକ ସେମାନଙ୍କ ଘରେ ବିଦେଶୀ ଭାଷାରେ କଥା ହେଉଥିବା ଜଣାପଡ଼ିଛି ।